ଜରୁରୀ ନଥିଲେ କରୋନା ରୋଗୀଙ୍କୁ ଡାକ୍ତରଖାନା ମନା

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ବର୍ତ୍ତମାନ ପ୍ରତିଦିନ ୧୦ହଜାର ଉପରେ କରୋନା ମାମଲା ରାଜ୍ୟରେ ଚିହ୍ନଟ ହେଉଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଡାକ୍ତରଖାନା ଗୁଡ଼ିକ ପାଇଁ ଗାଇଡଲାଇନ୍‍ ଜାରି କରାଯାଇଛି । ନୂତନ ଗାଇଡ୍‍ଲାଇନ୍‍ ଅନୁଯାୟୀ, କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିବା ରୋଗୀ ଅତିଗୁରୁତର ନହୋଇଥିଲେ ଡାକ୍ତରଖାନାରେ ଭର୍ତ୍ତି ହୋଇପାରିବେ ନାହିଁ । ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ଆଡମିଶନ ପାଇଁ ଅନୁମତି ଦିଆଯାଇଛି । ତାହା ସହ ଗୁରୁତର ରୋଗୀଙ୍କର ଯଦି ଆବଶ୍ୟକସ୍ଥଳେ ଅପରେସନ କରିବାକୁ ପଡେ ତେବେ କରାଯାଇପାରିବ ବୋଲି ଗାଇଡଲାଇନରେ କୁହାଯାଇଛି । ଏଥିସହିତ ଗୁରୁତର ରୋଗୀଙ୍କ ସହ ଜଣେ ଦେଖାଶୁଣା ପାଇଁ ରହିପାରିବେ । ଡାକ୍ତରଖାନାରେ ସମ୍ପୂର୍ଣ୍ଣଭାବେ କୋଭିଡ କଟକଣା ପାଳନ କରିବାକୁ କୁହାଯାଇଛି । ରୋଗୀଙ୍କ ପାଇଁ ୨୪ ଘଣ୍ଟିଆ ଟେଲି ମେଡିସିନ ସେବା ଯୋଗାଇବା ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦେଇଛି।

Comments are closed.