ରାଜ୍ୟ ବାହାର ଶ୍ରମଜୀବୀଙ୍କ ପାଇଁ ଟୋଲ୍‌ ଫ୍ରି ନଂ ଜାରି

ଭୁବନେଶ୍ବର : ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୭୭,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୫୫୩ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ଏହି ସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତି । ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍‌ ସେଣ୍ଟର ଟୋଲ୍‌ ଫ୍ରି ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛି ।
ରାଜ୍ୟର ୬୭୯୮ଟି ଗ୍ରାମ ପଞ୍ଚାୟତରେ ୭୦୩୩ଟି ଅସ୍ଥାୟୀ ଚିକିତ୍ସା ଶିବିର କାର୍ଯ୍ୟକରୁଛି । ଏସବୁରେ ୧,୬୩,୬୪୯ ଶଯ୍ୟାର ବ୍ୟବସ୍ଥା ରହିଛି । ଗୁରୁବାର ରାଜ୍ୟର ୫୪୩୮ ଗ୍ରାମ ପଞ୍ଚାୟତରେ ୩,୩୪,୪୨୬ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୩ ଟି ପୌରାଞ୍ଚଳରେ ୩୫,୧୭୩ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

Comments are closed.