କରୋନା ଲକ ଡାଉନ : ନିଯୁକ୍ତ ହେଲେ ୧୧ ନୋଡାଲ ଅଧିକାରୀ

ଭୁବନେଶ୍ବର : ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କ ପାଇଁ ନିଯୁକ୍ତ ହେଲେ ୧୧ ନୋଡ଼ାଲ ଅଧିକାରୀ । ଲକ ଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକିଥିବା ଓଡ଼ିଆଙ୍କ ସହାୟତା ପାଇଁ ରାଜ୍ୟସରକାର ୧୧ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, ବିହାର, ଝାଡଖଣ୍ଡ, କେରଳ, ନୂଆଦିଲ୍ଲୀ ଓ ଏନସିଆର ପାଇଁ ୧୦ ଜଣ ଅଧିକାରୀ ନିଯୁକ୍ତି ପାଇଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ନିମନ୍ତେ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଅମିତାଭ ଠାକୁର କାର୍ଯ୍ୟ କରିବେ।

 

Comments are closed.