କରୋନା ଦାୟିତ୍ବରେ ଅବହେଳା : ବଦଳିଲେ ସିଡିଏମଓ 

ଯାଜପୁର : କରୋନା ଦାୟିତ୍ବରେ ଅବହେଳା ପାଇଁ ସିଡିଏମଓଙ୍କୁ ବଦଳି କରାଯାଇଛି । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅରୁଣ ପାତ୍ରଙ୍କୁ ବଦଳି କରାଯାଇଥିବା ଜଣାପଡ଼ିଛି । ତାଙ୍କ ସ୍ଥାନରେ ଡଃ ସୁଧାଂଶୁ ଶେଖର ବଳଙ୍କୁ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଅବସ୍ଥାପିତ କରାଯାଇଛି । ଜିଲ୍ଲାରେ କରୋନା ମୁକାବିଲା ପରିଚାଳନାରେ ତପ୍ତରତା ନଦେଖାଇବା ଓ ଜିଲ୍ଲା ପ୍ରସାସନକୁ ସହଯୋଗ ନ କରିବା କାରଣରୁ ରାଜ୍ୟ ସରକାର ବଦଳି କରିଥିବା ଯାଜପୁର ଜିଲ୍ଲାପାଳ ରଂଜନ ଦାସ ସୂଚନା ଦେଇଛନ୍ତି ।

Comments are closed.