ଅକ୍ଟୋବର ସୁଦ୍ଧା ଦେଶରେ କରୋନା ଭ୍ୟାକ୍ସିନର ପ୍ରି କ୍ଳିନିକାଲ ପରୀକ୍ଷା

ନୂଆଦିଲ୍ଲୀ: ଅକ୍ଟୋବର ସୁଦ୍ଧା ଦେଶରେ ହୋଇପାରେ କରୋନା ଟୀକାର ପ୍ରି କ୍ଲିନିକାଲ ପରୀକ୍ଷା । ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର  ସରକାରଙ୍କ ବୈଜ୍ଞାନିକ ମୁଖ୍ୟ ପରାମର୍ଶଦାତା ଡ. କେ ବିଜୟରାଘବନ ।  ଦେଶରେ ମୋଟ ୩୦ଟି ବିଶେଷଜ୍ଞ ଦଳ କରୋନା ଟୀକା ବିକାଶ କରିବା ଦିଗରେ କାମ କରୁଛନ୍ତି ଏବଂ ଏଥିମଧ୍ୟରୁ ୨୦ଟି ଦଳର ବିଶେଷଜ୍ଞମାନେ ଏ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହାସଲ କରିଛନ୍ତି । ଖୁବ୍ ଶୀଘ୍ର ଏ ସମ୍ପର୍କରେ ଭଲ ଖବର ମିଳିବ ଏବଂ ସମ୍ଭବତଃ  ଅକ୍ଟୋବର ସୁଦ୍ଧା ଏହି ଭ୍ୟାକ୍ସିନ୍‌ଙ୍କୁ ପ୍ରି କ୍ଳିନିକାଲ୍ ଟେଷ୍ଟିଂ ପାଇଁ ପ୍ରସ୍ତୁତ କରାଯାଇପାରିବ ବୋଲି ଡ଼ା. କେ.ବିଜୟରାଘବନ ସୂଚନା ଦେଇଛନ୍ତି ।

FILE . (AP Photo/Ted S. Warren, File)

 

 

ଡ଼. ରାଘବନ କହିଛନ୍ତି ଟୀକା ପ୍ରସ୍ତୁତି ନିମନ୍ତେ ମୂଳତଃ ୪ଟି ପଦ୍ଧତି ରହିଛି । ଏହି ସବୁ ପଦ୍ଧତି ଭାରତରେ ପରୀକ୍ଷା କରାଯାଉଛି ।  କିଛି କମ୍ପାନୀ ଫ୍ଳୁ ଟୀକାକୁ ବିକଶିତ କରିବା ନେଇ ରିସର୍ଚ୍ଚ କରୁଛନ୍ତି । ଅକ୍ଟୋବର ସୁଦ୍ଧା ପ୍ରି କ୍ଳିନିକାଲ ଟେଷ୍ଟ ସମ୍ପୂର୍ଣ୍ଣ ହୋଇଯିବ ବୋଲି ଆଶା । କିଛି ଷ୍ଟାର୍ଟଅପ୍‌ ଏବଂ କିଛି ଏକାଡେମିକିସ୍ ମଧ୍ୟ ଟୀକା‌ ପ୍ରସ୍ତୁତି ନିମେନ୍ତ ପ୍ରସ୍ତୁତି ଚଳାଇଛନ୍ତି । ଏଥିସହିତ ବିଦେଶୀ କମ୍ପାନୀମାନଙ୍କ ସହିତ ଭ୍ୟାକ୍ସିନ ନିର୍ମାଣ ନେଇ ବୁଝାମଣା ଚାଲିଛି । ସେ କ୍ଷେତ୍ରରେ ମଧ୍ୟ ଉଚ୍ଚ ଅଗ୍ରତି ହୋଇଛି ।

ସାଧାରଣତଃ କୌଣସି ନୂଆ ଟୀକାର ଉଦଭାବନ ଓ ‌ ପ୍ରସ୍ତୁତି ନିମନ୍ତେ ୧୦ରୁ ୧୫ ବର୍ଷ ସମୟ ଲାଗିଯାଏ । ଏ ବାବଦରେ ୨୦ରୁ ୩୦ କୋଟି ଡଲାର ଖର୍ଚ୍ଚ ହୁଏ । ତେବେ ବର୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମାତ୍ର ୧ ବର୍ଷ ମଧ୍ୟରେ ଭ୍ୟାକ୍ସିନ୍‌ ବିକାଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିଲାଗି ଅଧିକ ଅର୍ଥ ମଧ୍ୟ ଖର୍ଚ୍ଚ ହେବ ।

ଭାରତରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ଟୀକା ସାରା ବିଶ୍ବରେ ଶ୍ରେଷ୍ଠ । ସାରା ବିଶ୍ୱରେ ଛୁଆମାନଙ୍କୁ ଦିଆଯାଉଥିବା ୩ଟି ଟୀକା ମଧ୍ୟରୁ  ୨ ଟି ଭାରତରେ ପ୍ରସ୍ତୁତ ହୋଇଥାଏ । ଗତ କିଛି ବର୍ଷ ମଧ୍ୟରେ ଭ୍ୟାକ୍ସିନ୍ କମ୍ପାନୀ ଉତ୍ପାଦନ ସହ ଗବେଷଣା ଓ ବିକାଶ କ୍ଷେତ୍ରରେ ମଧ୍ୟ ପୁଞ୍ଜିନିବେଶ କରିଛନ୍ତି ବୋଲି ସେ କହିଛନ୍ତି ।

Comments are closed.