ସର୍ବନିମ୍ନ ସ୍ଥରରେ ଦେଶରେ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୯୧୦୨ ସଂକ୍ରମିତ ଚିହ୍ନଟ

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିବା ବେକେ ଗତକାଲି ଗୋଟିଏ ଦିନରେ ଏହା ସର୍ବନିମ୍ନ ସ୍ଥରରେ ପହଂଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୧୦୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୬ ଲକ୍ଷ ୭୬ ହଜାର ୮୩୮ରେ ପହଂଚିଛି। ସେହିପରି ୧୫ ହଜାର ୯୦୧ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୩ ଲକ୍ଷ ୪୫ ହଜାର ୯୮୫ ଓ ଆରୋଗ୍ୟ ହାର ୯୬.୯୦%ରେ ପହଂଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟାରେ ୬ ହଜାର ୯୧୬ ହ୍ରାସ ପାଇଁ ଏବେ ଏହି ସଂଖ୍ୟା ୧ ଲକ୍ଷ ୭୭ ହଜାର ୨୬୬ରେ ରହିଛି। ଅନ୍ୟ ପକ୍ଷରେ ସେହି ସମୟ ମଧ୍ୟରେ ୧୧୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ହେବା ଫଳରେ ଆଜି ସୁଦ୍ଧା ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୫୮୭କୁ ବୃଦ୍ଧି ପାଇଛି।

ଦେଶରେ ଗତକାଲି ଗୋଟିଏ ଦିନରେ ୭ ଲକ୍ଷ ୨୫ ହଜାର ୫୭୭ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଏଯାବତ ମୋଟ ୧୯ କୋଟି ୩୦ ଲକ୍ଷ ୬୨ ହଜାର ୬୯୪ଟି ନମୁନା ପରୀକ୍ଷା ସାରିଥିବା ଆଇସିଏମଆର ସୂଚନା ଦେଇଛି।

Comments are closed.