ଲେଉଟୁଛି କରୋନା, ବଢ଼ିବାରେ ଲାଗିଛି ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ଭୂତାଣୁ ଲେଉଟୁଛି। ଟିକାକରଣ ସତ୍ବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର ବିଷୟ ପାଲଟିଛି। ସପ୍ତାହକ ତଳେ ଦୈନିକ ସଂକ୍ରମଣ ୧୫ ହଜାର ତଳେ ରହୁଥିବାବେଳେ ଏବେ ତାହା ୨୫ ହଜାର ଅତିକ୍ରମ କଲାଣି। ଗତ ଶନିବାର ଦେଶରେ ୨୪ ହଜାର ୮୮୨ ରୋଗୀ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ଦେଶରେ ୨୫ ହଜାର ୩୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୫୯ ହଜାର ୪୮କୁ ବୃଦ୍ଧି ପାଇଛି।

ଅନ୍ୟପଟେ ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୬୧ ଜଣଙ୍କ ପ୍ରାଣହାନୀ ଘଟିଛି। ଏହାକୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ୬୦୭ରେ ପହଞ୍ଚିଛି। ଦେଶରେ ବର୍ତ୍ତମାନ ୨ ଲକ୍ଷ ୧୦ ହଜାର ୫୪୪ ସକ୍ରିୟ ରୋଗୀ ଥିବାବେଳେ ୧ କୋଟି ୯ ଲକ୍ଷ ୮୯ ହଜାର ୮୯୭ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.