ହସ୍ପିଟାଲର ୫ମ ମହଲାରୁ ଡେଇଁ କରୋନା ରୋଗୀଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ: କର୍ଣ୍ଣାଟକରେ କରୋନା ଭୂତାଣୁରେ ସଂକ୍ରମିତ ଜଣେ ରୋଗୀ ଆତ୍ମହତ୍ୟା କରିଛନ୍ତି। ୫୦ ବର୍ଷୀୟ ଏହି ରୋଗୀ ସୋମବାର ହସ୍ପିଟାଲର ୫ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ରୋଗୀ ଜଣକ ଭିକ୍ଟୋରିଆ ହସ୍ପିଟାଲର ଟ୍ରମା ୱାର୍ଡରୁ ଡେଇଁ ପଡ଼ିଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସେ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ତାଙ୍କର କିଡ୍‌ନୀ ସମସ୍ୟା ମଧ୍ୟ ଥିଲା। ଆଜି ସକାଳେ ସେ ହଠାତ ଚିକିତ୍ସିତ ହେଉଥିବା ୱାର୍ଡରୁ ଡେଇଁ ପଡ଼ିଥିଲେ।

Comments are closed.