୮.୫୯ ଲକ୍ଷ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ୪୨ ହଜାର ୩୪୧ ମୃତ

ନୂଆଦିଲ୍ଲୀ: ସାରା ବିଶ୍ଵରେ କରୋନା ଭୟାବହ  ପରିସ୍ଥିତି ସୃଷ୍ଟି କରିଛି। ୧୯୯ ଦେଶକୁ କବଳିତ କରିଥିବା ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୯ ହଜାର ୮୨୯ରେ ପହଞ୍ଚିଛି। ସେହିପରି ୪୨ ହଜାର ୩୪୧ ଜଣଙ୍କ ମୃତ୍ୟୁ ଘଟିଲାଣି। ଆମେରିକାରେ ଏହି ଭୂତାଣୁ ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି। ଏହି ଦେଶରେ ଏବେ ସୁଦ୍ଧା ବିଶ୍ଵର ସର୍ବାଧିକ ଆକ୍ରାନ୍ତ(୧ ଲକ୍ଷ ୮୮ ହଜାର) ଚିହ୍ନଟ ହୋଇଛନ୍ତି। ୪୦୫୫ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ସର୍ବାଧିକ ମୃତ୍ୟୁ ଇଟାଲୀରେ ଘଟିଛି। ଏଠାରେ ୧୨ ହଜାର ୪୨୮ ଜଣଙ୍କ ଜୀବନ ହାନି ହୋଇଥିବାବେଳେ ୧ଲକ୍ଷ ୫ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଏହାବ୍ୟତୀତ ସ୍ପେନରେ ୮୪୬୪, ଚୀନରେ ୩୩୧୨, ଫ୍ରାନ୍ସରେ ୩୫୨୩, ଇରାନରେ ୨୮୯୮, ବ୍ରିଟେନରେ ୧୭୮୯, ନେଦରଲାଣ୍ଡରେ ୧୦୩୯, ଜର୍ମାନୀରେ ୭୭୫, ବେଲଜିୟମ ୭୦୫, ସ୍ବିଜରଲାଣ୍ଡରେ ୪୩୩ ଜଣଙ୍କ ମୃତ୍ୟୁ ଘଟିଛି।

Comments are closed.