ଭାରତରେ ୫୦ ହଜାର ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା, ୧୭୮୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଛି। ଗୁରୁବାର ସକାଳ ୮ଟା ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ୯୫୨ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧୭୮୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୩୫ ହଜାର ୯୦୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବାବେଳେ ୧୫ ହଜାର ୨୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବସାଇଟ୍‌ରେ ଦର୍ଶାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୫୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ମୃତ୍ୟୁ ସଂଖ୍ୟା ବି ସର୍ବାଧିକ। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୧୬ ହଜାର ୭୫୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୬୫୧ ଜଣ ପ୍ରାଣ ହରାଇଛନ୍ତି। ଏହା ପଛକୁ ଗୁଜରାଟରେ ୨ୟ ସର୍ବାଧିକ ୬୬୨୫ ସଂକ୍ରମିତ ରହିଛନ୍ତି। ଏହି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩୯୬ରେ ପହଞ୍ଚିଛି। ସେହିପରି ରାଜଧାନୀ ନୂଆଦିଲ୍ଲୀରେ ୫୫୩୨ ଆକ୍ରାନ୍ତ ଓ ୬୧ ମୃତ, ତାମିଲନାଡୁରେ ୪୮୨୯ ଆକ୍ରାନ୍ତ ଓ ୩୫ ମୃତ, ରାଜସ୍ଥାନରେ ୩୩୧୭ ଆକ୍ରାନ୍ତ ଓ ୯୩ ମୃତ, ମଧ୍ୟପ୍ରଦେଶରେ ୩୧୩୮ ଆକ୍ରାନ୍ତ ଓ ୧୮୫ ମୃତ, ଉତ୍ତରପ୍ରଦେଶରେ ୨୯୯୮ ଆକ୍ରାନ୍ତ ଓ ୬୦ ମୃତ, ଆନ୍ଧ୍ରପ୍ରଦେଶରେ ୧୭୭୭ ଆକ୍ରାନ୍ତ ଓ ୩୬ ମୃତ, ପଞ୍ଜାବରେ ୧୫୨୬ ଆକ୍ରାନ୍ତ ଓ ୨୭ ମୃତ, ପଶ୍ଚିମବଙ୍ଗରେ ୧୪୫୬ ସଂକ୍ରମିତ ଓ ୧୪୪ ମୃତ ଏବଂ ତେଲେଙ୍ଗାନାରେ ୧୧୦୭ ଆକ୍ରାନ୍ତ ଓ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Comments are closed.