କରୋନା ସଂକ୍ରମଣ: ମହିଳାଙ୍କ ଅପେକ୍ଷା ପୁରୁଷ ରୋଗୀଙ୍କ ମୃତ୍ୟୁ ହାର ଅଧିକ

ଲଣ୍ଡନ: ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ କରୋନା ଭୂତାଣୁ ଅଧିକ ସଂକ୍ରମଣ କରୁଛନ୍ତି। ଫଳରେ କରୋନା ଭୂତାଣୁ ସଂକ୍ରମିତ ପୁରୁଷଙ୍କ ଅଧିକ ସଂଖ୍ୟାରେ ମୃତ୍ୟୁ ହେଉଛି। ନୂଆ କରୋନା ସଂକ୍ରମିତ ସେଲ୍‌ରେ ଏକ ଇଞ୍ଜାଇମ୍‌ ବ୍ୟବହାର ସମୟରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ରକ୍ତସ୍ତର ଅଧିକ ରହୁଛି। ମଣିଷର ହାର୍ଟ, କିଡ୍‌ନି ଓ ଅନ୍ୟାନ୍ୟ ଅଙ୍ଗରେ ଆଙ୍ଗୋଟେନ୍‌ସିନ୍ କନ୍‌ଭର୍ଟିଂ ଇଞ୍ଜାଇମ୍‌ ୨(ଏସିଇ୨) ମିଳିଥାଏ। ଯାହା କୋଭିଡ୍‌-୧୯ ରୋଗ ଲଙ୍ଗ୍‌ରେ ସଂକ୍ରମିତ କରିବାରେ ସହାୟକ ହୋଇଥାଏ ବୋଲି ୟୁରୋପିଆନ୍‌ ହାର୍ଟ ଜର୍ଣ୍ଣାଲ୍‌ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ବବ୍ୟାପୀ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କୁ ଏସିଇ ଇନ୍‌ହିବିଟର୍ସ କିମ୍ବା ଏଆର୍‌ବିଏସ୍‌ ଔଷଧ ଦିଆଯିବାକୁ ସୁପାରିଶ କରାଯାଉଛି, କିନ୍ତୁ ଏହା ହାୟର୍‌ ଏସିଇ୨ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରି ନାହିଁ। ତେବେ କୋଭିଡ-୧୯ ରୋଗୀ ଏସବୁ ଔଷଧ ନ ଖାଇବା ପାଇଁ ସର୍ବେକ୍ଷଣ କରାଯାଇ ନାହିଁ ବୋଲି ନେଦରଲ୍ୟାଣ୍ଡର ୟୁନିଭର୍ସିଟି ସେଣ୍ଟର(ୟୁଏମ୍‌ସି) ଗ୍ରୋନିନ୍‌ଜେନ୍‌ କାର୍ଡିଓଲୋଜି ପ୍ରଫେସର ଆଣ୍ଡ୍ରିଆନ୍‌ ଭୋର୍‌ କହିଛନ୍ତି।

ସାରା ବିଶ୍ବରେ କୋଭିଡ୍‌-୧୯କୁ ମହାମାରୀ ଘୋଷଣା କରାଯାଇଛି ଓ ଏଥିରେ ୪ମିଲିୟନ୍‌ ଲୋକ ସଂକ୍ରମିତ ହୋଥିବାବେଳେ ୨,୭୭,୦୦୦ଙ୍କ ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ବିଚାରକୁ ନେଇ ସମୀକ୍ଷା କରାଯିବା ପରେ ଦେଖାଯାଇଛି ଯେ ମହିଳାଙ୍କ ଅପେକ୍ଷ ପୁରୁଷଙ୍କ ଅଧିକ କରୋନା ଭୂତାଣୁ ଅଧିକ ସଂକ୍ରମିତ କରୁଛି। ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ମହିଳାଙ୍କ ଅପେକ୍ଷା ପୁରୁଷ ଅଧିକ ଗୁରୁତର ହେଉଛନ୍ତି। ୧୧ଟି ୟୁରୋପିୟ ଦେଶର ୩୫୦୦ରୁ ଅଧିକ ହୃଦ୍‌ରୋଗ ପୀଡ଼ିତ ରୋଗୀଙ୍କ ରକ୍ତନମୂନାରୁ ଏହା ଜଣାପଡ଼ିଛି। ହାର୍ଟ, କିଡ୍‌ନି, ଲାଇନିଂ ବ୍ଲଡ୍‌ ଭେସେଲ୍‌ ଆଦିର ଏସିଇ୨ ପାଇଁ ଉଚ୍ଚସ୍ତରୀୟ ପରୀକ୍ଷା ଆବଶ୍ୟକତା ରହିଛି। ଏସବୁ ରୋଗରେ ପୀଡ଼ିତଙ୍କ ମଧ୍ୟରୁ ମହିଳାଙ୍କ ଅପେକ୍ଷା ପୁରୁଷ ଅଧିକ ସଂଖ୍ୟାରେ ମୃତ୍ୟୁବରଣ କରୁଛନ୍ତି ବୋଲି ସର୍ବେକ୍ଷଣରେ ଦର୍ଶାଯାଇଛି।

Comments are closed.