କରୋନା ସ୍ଥିତି – ଆରୋଗ୍ୟ ହାର ୯୦.୨୩% ତଥାପି ସଂକ୍ରମଣ ଚିନ୍ତାଜନକ

ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ ଚିନ୍ତାଜନକ ସ୍ଥିତିରେ ରହିଛି। ଆଜି ସୁଦ୍ଧା ଆରୋଗ୍ୟ ହାର ବୃଦ୍ଧି ପାଇଁ ୯୦.୨୩ ପ୍ରତିଶତରେ ପହଂଚିଛି କିନ୍ତୁ ଗତ ୨୪ ଘଣ୍ଟା ମଧ୍ୟରେ ୪୫ ହଜାର ୧୪୯ ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୭୯ ଲକ୍ଷ ୯ ହଜାର ୯୫୯କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଟ୍ୱିଟ କରିଛି ଯେ ଆଜିସୁଦ୍ଧା ୭୦ ଲକ୍ଷରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପକ୍ଷରେ ୪୮୦ ଜଣଙ୍କ କରୋନା ଜନିତ ମୃତ୍ୟୁ ହେବା ପରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ୧୪କୁ ବୃଦ୍ଧି ପାଇଛି। ଆଜି ସୁଦ୍ଧା ଦେଶରେ କରୋନା ଜନିତ ଆରୋଗ୍ୟ ହାର ୯୦.୨୩ ପ୍ରତିଶତ ରହିଥିବା ବେଳେ ସକ୍ରିୟ ସଂକ୍ରମଣ ହାର ୮.୨୬ ପ୍ରତିଶତ ଓ ମୃତ୍ୟୁ ହାର ୧.୫୦ ପ୍ରତିଶତ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ଚିକିତ୍ସିତଙ୍କ ସଂଖ୍ୟାରେ ୧୪ ହଜାର ୪୩୭ ହ୍ରାସ ପାଇବା ଫଳରେ ଏହି ସଂଖ୍ୟା ୬ ଲକ୍ଷ ୫୩ ହଜାର ୭୧୭ ରହିଛି। ସେହିପରି ୫୯ ହଜାର ୧୦୫ଜଣ ସୁସ୍ଥ ହେବା ପରେ କରୋନା ଜନିତ ମୋଟ ସୁସ୍ଥ ସଂଖ୍ୟା ୭୧ ଲକ୍ଷ ୩୭ ହଜାର ୨୨୮କୁ ବୃଦ୍ଧି ପାଇଛି।

ଦେଶରେ କରୋନା ନମୁନା ପରୀକ୍ଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ କାଲି ଗୋଟିଏ ଦିନରେ ଦେଶରେ ଥିବା ବିଭିନ୍ନ ପରୀକ୍ଷାଗାରରେ ୯ ଲକ୍ଷ ୩୯ ହଜାର ୩୦୯ଟି ନମୁନା ପରୀକ୍ଷା ହେବା ପରେ ଆଜି ସୁଦ୍ଧା ମୋଟ ନମୁନା ପରୀକ୍ଷଣ ସଂଖ୍ୟା ବୃଦ୍ଧି ପାଇଁ ୧୦ କୋଟି ୩୪ ଲକ୍ଷ ୬୨ ହଜାର ୭୭୮ରେ ପହଂଚିଛି।

Comments are closed.