୨୪ ଘଂଟାରେ ଦେଶରେ ୬୮ ହଜାର ୨୦ ନୂଆ ସଂକ୍ରମିତ, ୨୯୧ ମୃତ

ଦେଶରେ ଗତକାଲି ଗୋଟିଏ ଦିନରେ ୬୮ ହଜାର ୨୦ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୨୦ ଲକ୍ଷ ୩୯ ହଜାର ୬୪୪ରେ ପହଂଚିଛି। ସେହି ସମୟ ମଧ୍ୟରେ ୩୨ ହଜାର ୨୩୧ ଜଣ କରୋନା ସଂକ୍ରମିତ ଆରୋଗ୍ୟ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା ୧ କୋଟି ୧୩ ଲକ୍ଷ ୫୫ ହଜାର ୯୯୩କୁ ବୃଦ୍ଧି ପାଇଛି। ଏଥି ସହିତ ଆରୋଗ୍ୟ ହାର ୯୪.୩୨ %କୁ ହ୍ରାସ ପାଇଛି। ତେବେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ଜନିତ ମୃତ୍ୟୁ ହାର ସର୍ବନିମ୍ନ ୧.୩୪% ରହିଛି। ଗତ ୨୪ ଘଂଟାରେ ୨୯୧ ସଙ୍କ୍ରମିତଙ୍କ ମୃତ୍ୟୁ ହେବା ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୧ ହଜାର ୮୪୩କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ଏବେ ୫ ଲକ୍ଷ ୨୧ ହଜାର ୮୦୮ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି। ଇତି ମଧ୍ୟରେ ଦେଶରେ ଥିବା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ୨୪ କୋଟି ୧୮ ଲକ୍ଷ ୬୪ ହଜାର ୧୬୧ଟି କରୋନା ନମୁନା ପରୀକ୍ଷା କରାଯାଇଥିବା ବେଳେ ଗତକାଲି ଗୋଟିଏ ଦିନରେ ୯ ଲକ୍ଷ ୧୩ ହଜାର ୩୧୯ଟି ନମୁନା ପରୀକ୍ଷା କରାଯାଇଥିବା ଆଇସିଏମଆର ସୂଚନା ଦେଇଛି।

Comments are closed.