ଦେଶରେ ୨୪ ଘଣ୍ଟାରେ ୧୬ ହଜାର ୭୫୨ ଜଣ ନୂଆ ଆକ୍ରାନ୍ତ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୭୫୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୧୦ ଲକ୍ଷ ୯୬ ହଜାର ୭୩୧ରେ ପହଂଚିଛି। ସେହିପରି ୧୧ ହଜାର ୭୧୮ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୭ ଲକ୍ଷ ୭୫ ହଜାର ୧୬୯କୁ ବୃଦ୍ଧି ପାଇଥିବା ବେଳେ ଆରୋଗ୍ୟ ହାର ୯୭.୧୦% ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟାରେ ୪୯୨୨ ବୃଦ୍ଧି ପାଇଁ ଏବେ ଏହି ସଂଖ୍ୟା ୧ ଲକ୍ଷ ୬୪ ହଜାର ୫୧୧ରେ ରହିଛି। ଅନ୍ୟ ପକ୍ଷରେ ସେହି ସମୟ ମଧ୍ୟରେ ୧୧୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ହେବା ଫଳରେ ଆଜି ସୁଦ୍ଧା ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୫୧କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଗତ କାଲି ଗୋଟିଏ ଦିନରେ ୭ ଲକ୍ଷ ୯୫ ହଜାର ୭୨୩ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଏଯାବତ ୨୧ କୋଟି ୬୨ ଲକ୍ଷ ୩୧ ହଜାର ୧୦୬ଟି ନମୁନା ପରୀକ୍ଷା ହୋଇଥିବା ଆଇସିଏମଆର ସୂଚନା ଦେଇଛି।

Comments are closed.