ଦେଶରେ ସୁସ୍ଥ ହେଲେ ୧୧ ହଜାର ୩୯୫ କରୋନା ଆକ୍ରାନ୍ତ

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୧୪୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୮ ଲକ୍ଷ ୯୨ ହଜାର ୭୪୬ରେ ପହଂଚିଛି। ସେହିପରି ୧୧ ହଜାର ୩୯୫ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୬ ଲକ୍ଷ ୬୨୫ ଓ ଆରୋଗ୍ୟ ହାର ୯୭.୩୨%ରେ ପହଂଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟାରେ ୬୪୫ ବୃଦ୍ଧି ପାଇଁ ଏବେ ଏହି ସଂଖ୍ୟା ୧ ଲକ୍ଷ ୩୬ ହଜାର ୫୭୧ରେ ରହିଛି। ଅନ୍ୟ ପକ୍ଷରେ ସେହି ସମୟ ମଧ୍ୟରେ ୧୦୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ହେବା ଫଳରେ ଆଜି ସୁଦ୍ଧା ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୫୫୦କୁ ବୃଦ୍ଧି ପାଇଛି।

Comments are closed.