ହ୍ରାସ ପାଉଛି ସଂକ୍ରମଣ, ଦେଶରେ କରୋନା ଆରୋଗ୍ୟ ହାର ୯୭.୩୨%କୁ ବୃଦ୍ଧି

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୩୦୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୮ ଲକ୍ଷ ୮୦ ହଜାର ୬୦୩ରେ ପହଂଚିଛି। ସେହିପରି ୧୫ ହଜାର ୮୫୮ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୫ ଲକ୍ଷ ୮୯ ହଜାର ୨୩୦ ଓ ଆରୋଗ୍ୟ ହାର ୯୭.୩୨%ରେ ପହଂଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟାରେ ୬ ହଜାର ୬୩୬ ହ୍ରାସ ପାଇଁ ଏବେ ଏହି ସଂଖ୍ୟା ୧ ଲକ୍ଷ ୩୫ ହଜାର ୯୧୬ରେ ରହିଛି। ଅନ୍ୟ ପକ୍ଷରେ ସେହି ସମୟ ମଧ୍ୟରେ ୮୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ହେବା ଫଳରେ ଆଜି ସୁଦ୍ଧା ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୪୪୭କୁ ବୃଦ୍ଧି ପାଇଛି।

Comments are closed.