ଦେଶରେ କରୋନା ଆରୋଗ୍ୟ ହାର ୯୭.୨୫%କୁ ବୃଦ୍ଧି, ୨୪ ଘଣ୍ଟାରେ ୯୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୧୧୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୮ ଲକ୍ଷ ୪୭ ହଜାର ୩୦୪ରେ ପହଂଚିଛି। ସେହିପରି ୧୪ ହଜାର ୧୬ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୫ ଲକ୍ଷ ୪୮ ହଜାର ୫୨୧ ଓ ଆରୋଗ୍ୟ ହାର ୯୭.୨୫%ରେ ପହଂଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟାରେ ୪ ହଜାର ୯୮୪ ହ୍ରାସ ପାଇଁ ଏବେ ଏହି ସଂଖ୍ୟା ୧ ଲକ୍ଷ ୪୩ ହଜାର ୬୨୫ରେ ରହିଛି। ଅନ୍ୟ ପକ୍ଷରେ ସେହି ସମୟ ମଧ୍ୟରେ ୭୮ ଜଣ ସଂକ୍ରମିତଙ୍କ ମୃତ୍ୟୁ ହେବା ଫଳରେ ଆଜି ସୁଦ୍ଧା ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୧୫୮କୁ ବୃଦ୍ଧି ପାଇଛି।

Comments are closed.