ଏଭରେଷ୍ଟରେ ପହଞ୍ଚିଲା କରୋନା

କାଠମାଣ୍ଡୁ: କରୋନା ଭୂତାଣୁ ବିଶ୍ବର ଉଚ୍ଚତମ ପର୍ବତ ଶିଖର ଏଭରେଷ୍ଟରେ ପହଞ୍ଚିଛି। ନରୱେର ଏଭରେଷ୍ଟ ଆରୋହୀ ଲୁକାସ ଫର୍ଟେନ୍ବାଚ୍ ପ୍ରଥମ ବ୍ୟକ୍ତି ଭାବେ ସେଠାରେ ସଂକ୍ରମିତ ହୋଇଛନ୍ତି। ସେ ଏକ ୧୮ଜଣିଆ ଆରୋହୀ ଦଳର ନେତୃତ୍ବ ନେଇ ଏଭରେଷ୍ଟ ଚଢ଼ୁଥିଲେ। ଗତ ୧୫ ତାରିଖରେ ଆରୋହଣ ଶିବିରରେ ସେ ସଂକ୍ରମିତ ଚିହ୍ନଟ ହେବା ପରେ ତୁରନ୍ତ ତାଙ୍କୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କାଠମାଣ୍ଡୁସ୍ଥିତ ମୂଳ ଶିବିରକୁ ଫେରାଇ ଅଣାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସମ୍ପ୍ରତି ସେ ସୁସ୍ଥ ହେବା ପରେ ସ୍ଥାନୀୟ ଏକ ନେପାଳୀ ପରିବାର ସହିତ ରହିଛନ୍ତି। ଲୁକାସଙ୍କ ସହିତ ଥିବା ସମସ୍ତ ଆରୋହୀଙ୍କର ପରୀକ୍ଷା କରାଯାଇଛି ଏବଂ କେହି ସଂକ୍ରମିତ ହୋଇ ନାହାନ୍ତି। ଏହି ଘଟଣା ପରେ ପର୍ବତାରୋହଣ ସଂସ୍ଥାଗୁଡ଼ିକ ସତର୍କ ହୋଇଯାଇଛନ୍ତି।

Comments are closed.