ଆରଡିପୀଠରେ ୩୧ଜଣ କରୋନା ପଜିଟିଭ ଚିହ୍ନଟ

*୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ସହ ସଟଡାଉନ ଘୋଷଣା

ଆରଡି: ଭଦ୍ରକ ଜିଲା ଆରଡିପୀଠରେ ଶୁକ୍ରବାର କରୋନା ପରୀକ୍ଷା ସମୟରେ ୩୧ଜଣଙ୍କଠାରେ କରୋନା ପଜିଟିଭ ଥିବା ଆରଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇଥିଲା। ପରେ ଆରଡି ପଞ୍ଚାୟତର ସରପଞ୍ଚ ଅରବିନ୍ଦ ପାଢୀ ଆରଡି ପୀଠକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିବା ସହ ଶନିବାର ରାତି ୧୦ଟା ଠାରୁ ଆସନ୍ତା ୨୮ତାରିଖ ପର୍ୟ୍ୟନ୍ତ ୭ଦିନ ପାଇଁ ସମଗ୍ର ଆରଡି ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି। ଶୁକ୍ରବାର ଆରଡି ସ୍ୱାସ୍ଥ୍ୟକେନ୍ଦ୍ରରେ ମୋଟ ୮୫ଜଣଙ୍କର ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୩୧ଜଣଙ୍କ ଠାରେ ପଜିଟିଭ ଚିହ୍ନଟ ହେବାରୁ ତାଙ୍କୁ ସ୍ୱତନ୍ତ୍ର ରହି ଚିକିତ୍ସା ନିମନ୍ତେ ପରାମର୍ଶ ଦିଆଯାଇଥିବା ସ୍ଥାନୀୟ ପ୍ରଶାସନ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଦେଇଥିଲେ।

Comments are closed.