ବ୍ରାଜିଲର ଗୋମାଂସ, ଆରବ ଚିଙ୍ଗୁଡ଼ିରୁ କରୋନା ଭୂତାଣୁ ଚିହ୍ନଟ

ବେଜିଂ : ଚୀନରେ ପୁଣି ଆତଙ୍କ ଖେଳାଇଛି କରୋନା ଭୂତାଣୁ। ଚୀନର ଉହାନ ସହର କରୋନା ଭୂତାଣୁର କେନ୍ଦ୍ରସ୍ଥଳ ବୋଲି କୁହାଯାଉଥିବା ବେ‌ଳେ ଏବେ ଚୀନକୁ ଆସିଥିବା ଗୋମାଂସ ଓ ଚିଙ୍ଗୁଡ଼ିରୁ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଅଗଷ୍ଟ ମାସରୁ ଆସି ଫ୍ରିଜରରେ ରହିଥିବା ବ୍ରାଜିଲର ଗୋମାଂସ ଏବଂ ସାଉଦି ଆରବ ଚିଙ୍ଗୁଡ଼ିରୁ ଏବେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଉହାନ ମ୍ୟୁନିସିପାଲିଟି ସ୍ୱାସ୍ଥ୍ୟ ଆୟୋଗ ନିଜ ୱେବସାଇଟରେ ଏକ ବିବୃତିରେ କହିଛି ଯେ, ବ୍ରାଜିଲରୁ ଗୋମାଂସ ଅଗଷ୍ଟ ୭ରୁ ଆସି ଶୀତଳ ଭଣ୍ଡାରରେ ରଖାଯାଇଥିଲା। ସାଉଦି ଆରବ ଚିଙ୍ଗୁଡ଼ିକୁ ଅଣାଯାଇ ଶୀତଳ ଭଣ୍ଡାରରେ ରଖାଯାଇଥିଲା। ଏବେ ଏହିସବୁ କରୋନା ଭୂତାଣୁ ଥିବା ଚିହ୍ନଟ କରାଯାଇଛି। ଏହି ଘଟଣା ଚୀନ୍ କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ସେମାନଙ୍କୁ ଜଣାଇ ନଥିବା କହିଛନ୍ତି ବ୍ରାଜିଲ ସରକାର। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଚୀନରେ ଶୀତଳ ଭଣ୍ଡାରରେ ରଖାଯାଇଥିବା ଚିଙ୍ଗୁଡ଼ି ଏବଂ ମାଂସରୁ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା।

Comments are closed.