ବୈଜ୍ଞାନିକ ବାହାର କଲେ ମଞ୍ଜି ନ ଥିବା ଫଳ, ରହିଛି କରୋନା ରୋଗ ପ୍ରତିରୋଧକ ଶକ୍ତି

ପାଟନା: କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ଦେଶ ଚିନ୍ତିତ। ରୋଗପ୍ରତିରୋଧକ ଶକ୍ତି ଅଧିକ ରହିଥିଲେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା କମ୍‌ ବୋଲି ବୈଜ୍ଞାନିକମାନେ ଗବେଷଣା ପରେ କହିଛନ୍ତି। ନିକଟରେ ବୈଜ୍ଞାନିକମାନେ ମଞ୍ଜି ନ ଥିବା ଏକ ଭିନ୍ନ କିସମର ଫଳ ବିକଶିତ କରିଛନ୍ତି, ଯାହାର ରୋଗପ୍ରତିରୋଧକ ଶକ୍ତି ଅଧିକ ରହିଥିବା ସେମାନେ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏଥିରେ ଢେର୍‍ ରୋଗ ପ୍ରତିରୋଧକ ଶକ୍ତି ରହିଛି ବୋଲି ସେମାନେ ଦାବି କରିଛନ୍ତି।

ଭାରତୀୟ କୃଷି ଅନୁସନ୍ଧାନ କେନ୍ଦ୍ର ପକ୍ଷରୁ ବିକଶିତ କରାଯାଇଥିବା ଏହି ନୂଆ କିସମର ନାମ ରଖାଯାଇଛି ‘ପୁସା ଅରୁଣ’। ପ୍ରଥମ ଥର ପାଇଁ ମଞ୍ଜି ନ ଥିବା ଏଭଳି କିସମର ଏକ ଫଳକୁ ବିକଶିତ କରିବାରେ ବୈଜ୍ଞାନିକମାନେ ସକ୍ଷମ ହୋଇଛନ୍ତି। ଅଧିକ ରସଥିବା ଏହି ଫଳ ବିହାର ଏବଂ ଉତ୍ତର ପ୍ରଦେଶରେ ଢେର୍‍ ଚାହିଦା ରହିଛି। ସାଧାରଣତଃ ଏହି ଫଳ ଏକ କିଲୋଗ୍ରାମଖରୁ ଅଧିକ ଓଜନର ହୋଇଥାଏ। କିନ୍ତୁ ନୂଆ କିସମର ‘ପୁସା ଅରୁଣ’ର ଓଜନ ୫୦୦ ଗ୍ରାମରୁ ଅଧିକ ହେବ ନାହିଁ।
ବୈଜ୍ଞାନିକମାନଙ୍କ ସୂଚନା ଅନୁସାରେ ଏହା ଅନ୍ୟ ଫଳ ତୁଳନାରେ ଅଧିକ ରସଯୁକ୍ତ। ଏହି ନୂଆ କିସମ ଫଳର ଏକ ବିଶେଷତ୍ୱ ହେଉଛି ଏହାକୁ ଅଧିକ ଦିନ ଗଛରେ ସୁରକ୍ଷିତ ରଖାଯାଇପାରିବ। ଏପରିକି ଫଳ ପାଚିବା ପରେ ବି ଏହାକୁ ଗଛରେ ଦୁଇରୁ ତିନି ମାସ ପର୍ଯ୍ୟନ୍ତ ରଖିହେବ। ତେଣୁ କୃଷକମାନେ ଏହାକୁ ଅଧିକ ମୂଲ୍ୟରେ ବିକ୍ରି କରିବା ପାଇଁ ଅପେକ୍ଷା କରିପାରିବେ। ଏହି ନୂଆ କିସମର ମଞ୍ଜିକୁ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଲଗାଯାଇପାରିବ। ଏହା ବ୍ୟତୀତ ଫେବୃୟାରୀରୁ ମାର୍ଚ୍ଚ ମଧ୍ୟରେ ବି ଏହାକୁ ଲଗାଇ ହେବ। କେତେକ ଅଞ୍ଚଳରେ ପ୍ରାୟ ସବୁ ସମୟରେ ଏହି ଫଳକୁ ଚାଷ କରାଯାଉଛି। ଏହି କିସମର ଗୋଟିଏ ଗଛରୁ ପ୍ରାୟ ୪୫ରୁ ୪୬ କିଲୋଗ୍ରାମ ପର୍ଯ୍ୟନ୍ତ ଫଳ ମିଳିପାରିବ। ଏବେ ଚାଷୀମାନଙ୍କୁ ଏହି ପ୍ରକାର ନୂଆ କିସମ କୃଷି ଅନୁସନ୍ଧାନ କେନ୍ଦ୍ରରେ ହିଁ ମିଳିପାରିବ ବୋଲି କୁହାଯାଇଛି।

Comments are closed.