ବ୍ରହ୍ମପୁର ସିଏଚସିରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଆଠଗଡ : ଦୀର୍ଘଦିନର ବ୍ୟବଧାନ ପରେ ଆଠଗଡ ଅଞ୍ଚଳରେ ଗୁରୁବାର ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ଗୁରୁବାର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୋଟ ୧୧ଜଣଙ୍କର କୋଭିଡ ଆଣ୍ଟିଜେନା ପରୀକ୍ଷଣ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ବ୍ରାହ୍ମଣବସ୍ତ ଗ୍ରାମର ଜଣେ ୨୭ବର୍ଷ ବୟସ୍କା ମହିଳା କରୋନା ଆକ୍ରାନ୍ତ ଥିବା ଜଣାପଡିଛି। ନିଜ ଘରେ ପୃଥକବାସରେ ରହି ତାଙ୍କର ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା କରାଯାଉଥିବା ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ସୁତ୍ରରୁ ପ୍ରକାଶ। ଏଥିସହିତ ଆଜି (ଗୁରୁବାର)ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ୨୬ଜଣଙ୍କର କୋଭିଡ ଆଣ୍ଟିଜେନ ପରୀକ୍ଷଣ କରାଯାଇଥିବାବେଳେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଥିବା ଜଣାପଡିଛି।

Comments are closed.