ଦେଶରେ କରୋନା ଆରୋଗ୍ୟ ହାର ୯୭.୧୩%କୁ ବୃଦ୍ଧି

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୮୯୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୭ ଲକ୍ଷ ୯୦ ହଜାର ୧୮୩ରେ ପହଂଚିଛି। ସେହିପରି ୧୭ ହଜାର ୮୨୪ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୪ ଲକ୍ଷ ୮୦ ହଜାର ୪୫୫ ଓ ଆରୋଗ୍ୟ ହାର ୯୭.୧୩%ରେ ପହଂଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟାରେ ୫ ହଜାର ୩୨ ହ୍ରାସ ପାଇଁ ଏବେ ଏହି ସଂଖ୍ୟା ୧ ଲକ୍ଷ ୫୫ ହଜାର ୨୫ରେ ରହିଛି। ଅନ୍ୟ ପକ୍ଷରେ ସେହି ସମୟ ମଧ୍ୟରେ ୧୦୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ହେବା ଫଳରେ ଆଜି ସୁଦ୍ଧା ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୨୫କୁ ବୃଦ୍ଧି ପାଇଛି।

ଦେଶରେ ଗତକାଲି ଗୋଟିଏ ଦିନରେ ୭ ଲକ୍ଷ ୪୨ ହଜାର ୮୪୧ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଏଯାବତ ମୋଟ ୧୯ କୋଟି ୯୨ ଲକ୍ଷ ୧୬ ହଜାର ୧୯ଟି ନମୁନା ପରୀକ୍ଷା ସରିଥିବା ଆଇସିଏମଆର ସୂଚନା ଦେଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ଏବେ ୧୨୧୪ଟି ସରକାରୀ କରୋନା ପରୀକ୍ଷାଗାର ଥିବା ବେଳେ ୧୧୫୨ଟି ଘରୋଇ ପରୀକ୍ଷାଗାର ରହିଛି। ସେହିପରି ୫୩୯ଟି ସରକାରୀ ଓ ୮୦୮ଟି ଘରୋଇ ରିଅଲ ଟାଇମ ପରୀକ୍ଷାଗାର, ୬୩୧ଟି ସରକାରୀ ଓ ୨୫୪ଟି ଘରୋଇ ଟ୍ରୁ-ନାଟ ପରୀକ୍ଷାଗାର, ୪୨ଟି ସରକାରୀ ଓ ୯୦ଟି ଘରୋଇ ସିବି-ନାଟ ପରୀକ୍ଷାଗାର ଏବଂ ଅନ୍ୟ ୨ଟି ସରକାରୀ ପ୍ଲାଟଫର୍ମ ରହିଛି।

Comments are closed.