କରୋନା ପଜିଟିଭ୍‌ ଥିଲେ ଜେଲ୍‌ ମନା, ଯିବେ କୋଭିଡ୍‌ ହସ୍‌ପିଟାଲ୍‌

ଭୁବନେଶ୍ବର: କରୋନା କଟକଣା ନେଇ ଜେଲ୍‌ ବିଭାଗ ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ସବୁ ଜେଲ୍‌ ଅଧିକ୍ଷକମାନଙ୍କୁ ଗାଇଡ୍‌ଲାଇନ୍‌ ପଠାଇଲେ ଜେଲ୍‌ ଡିଜି। ଜେଲ୍‌ଗୁଡ଼ିକ ପାଇଁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ରେ ଡିଜି ଦର୍ଶାଇଛନ୍ତି ଯେ ଯଦି କେହି ଅନ୍ତେବାସୀ ପଜିଟିଭ୍‌ ଚିହ୍ନଟ ହୁଅନ୍ତି ତାହେଲେ ତାଙ୍କୁ କୋଭିଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯିବ। କୋର୍ଟଙ୍କଠାରୁ ରିମାଣ୍ଡ ଅନୁମତି ଆଣି ସମ୍ପୃକ୍ତ ବନ୍ଦୀଙ୍କୁ ହସ୍‌ପିଟାଲ୍‌ ପଠାଯିବ। ପଜିଟିଭଙ୍କୁ ସିସିସି ଏବଂ ଗୁରୁତରଙ୍କୁ କୋଭିଡ୍‌ କେୟାର୍‌ ହସ୍‌ପିଟାଲ୍‌ ପଠାଯିବ। କୌଣସି କୋଭିଡ୍‌ ଆକ୍ରାନ୍ତଙ୍କୁ ଜେଲ୍‌ ପରିସର ମଧ୍ୟରେ ରଖାଯିବ ନାହିଁ ବୋଲି ଜେଲ୍‌ ଡିଜି ସବୁ ଜେଲ୍‌ ଅଧିକ୍ଷକମାନଙ୍କୁ ଜାରି କରିଥିବା ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରିଛନ୍ତି।

Comments are closed.