କରୋନା ମୁକାବିଲା: ଗଞ୍ଜାମ ଜିଲାରେ ୪ଡିଏସ୍‌ପି ନିଯୁକ୍ତ, ଅତିରିକ୍ତ ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ କୋଭିଡ୍‌ ପଜିଟିଭ୍‌ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସ ଜିଲ୍ଲାରେ ତା’ର ଉପସ୍ଥିତିକୁ ଅଧିକ କରିଛି। କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ୪ ଜଣ ଡିଏସ୍‌ପିଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରକ୍ତ ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ପାଇଁ ଗଞ୍ଜାମ ଜିଲାକୁ ପଠାଯାଇଛି। ସମସ୍ତେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.