ବନ୍ଦାଳୋ-ମଢିଆଳୀ ଗ୍ରାମପଞ୍ଚାୟତରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଭଣ୍ଡାରିପୋଖରୀ: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ-ମଢିଆଳୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଗୁୁରୁବାର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କରୋନା ଯୋଦ୍ଧା ଅଙ୍ଗନୱାଡ଼ି କର୍ମୀ ଏବଂ ଆଶାକର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ୨୨ ନମ୍ବର ଜୋନର ଜିଲା ପରିଷଦ ଦିପ୍ତୀସୂର୍ଯ୍ୟ ବିଶ୍ୱାଳ, ସରପଞ୍ଚ ପ୍ରମିଳା ସାହୁ, ସମିତିସଭ୍ୟ ପ୍ରଦୀପ କୁମାର ଜେନା ଏବଂ ଦେଓପଦା କୌଶଲ୍ୟା ରାଉତ ଉଚ୍ଚବିଦ୍ୟାପୀଠର କାର୍ଯ୍ୟରତ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।