କରୋନା ମୁକାବିଲା : ସିଏମଆରଏଫକୁ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଅର୍ଥ ରାଶି ପ୍ରଦାନ, ବାଣ୍ଟିଲେ ୨ଶହ ମାସ୍କ

ଖୁଣ୍ଟା : ଗୋପବନ୍ଧୁ ନଗର ବ୍ଲକର ଚାରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ କରୋନା ମୁକାବିଲା ପାଇଁ ମିଳିତ ଭାବେ ରାଜ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୫୦୦୦ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ନିଜ ଅଞ୍ଚଳରେ ସେମାନେ ୨୦୦ ମାସ୍କ ସିଲେଇ କରି ମାଗଣାରେ ଲୋକଙ୍କୁ ବାଣ୍ଟିଛନ୍ତି। ଗୋପବନ୍ଧୁ ନଗର ବ୍ଲକର ଜୟପୁର ଗ୍ରାମ ପଞ୍ଚାୟତ ଅଧୀନ ନୂଆଗାଁର  ସମାଜ ବିକାଶ, ମାଆ ଥାନଶ୍ରୀ, ମାଆ ଦୁର୍ଗା ଓ ମାଆ ମରଶାଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜସ୍ୱ ରୋଜଗାରରୁ ୧୫ହଜାର ଟଙ୍କା ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଏହା ସହିତ ତାର ପ୍ରାପ୍ତି ସ୍ୱିକାର ପତ୍ର ରବିବାର ତହାସିଲଦାର ସଂକଳ୍ପ ସ୍ୱସ୍ତିକ ସାହୁଙ୍କୁ ତାଙ୍କର କାର୍ଯ୍ୟାଳୟରେ ଭେଟି ପ୍ରଦାନ କରିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Comments are closed.