କରୋନା ମୁକାବିଲା : ବୁଲି ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ଜିଲାପାଳ

ସମାଜ ପୋର୍ଟଲା ଡେସ୍କ : କରୋନା ପାଇଁ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି। ସ୍କୁଲ, କଲେଜ ଓ ସପିଂ ମଲ୍ ବନ୍ଦ କରିବା ସହ ରାଜ୍ୟର ବିଭିନ୍ନ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଏଭଳି ପରିସ୍ଥିତିରେ କେତେକ ଜିଲାର ଜିଲାପାଳମାନେ ବିଭାଗୀୟ ଅଧିକାରୀମାନଙ୍କୁ ସାଙ୍ଗରେ ଧରି ରାସ୍ତାକୁ ଓହ୍ଲାଇଛନ୍ତି। ବଲାଙ୍ଗିର ଜିଲାର ଉପଜିଲ୍ଲାପାଳ ସୁଧାଜର ନାୟକ ବିଭାଗର ପ୍ରମୁଖ ଅଧିକାରୀମାନଙ୍କୁ ସାଙ୍ଗରେ ଧରି ଲୋକଙ୍କୁ ସଚେତନ ବର୍ତ୍ତା ଦେଉଛନ୍ତି। ଗଳି, କନ୍ଧି ଓ ରାସ୍ତାରେ ବୁଲି ବୁଲି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଯାଉଛନ୍ତି।

ସେହିପରି କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲାପାଳ ଆଗେଇ ଆସିଛନ୍ତି। ଜିଲାପାଳ ନିଜେ ମାସ୍କ ପିନ୍ଧି ଯାଜପୁର ରୋଡ, ରେଳଷ୍ଟେସନ ଓ ଡାକ୍ତରଖାନା ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। କୌଣସି ସ୍ଥାନରେ ମେଳି ହୋଇ ନ ରହିବାକୁ ପରାମର୍ଶ ଦେବା ସହ ଲୋକଙ୍କୁ ତାଗିଦ୍ ମଧ୍ୟ କରୁଛନ୍ତି। ଏଥିସହ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ କରୋନା ମୁକାବିଲାରେ ପ୍ରାଣମୂର୍ଚ୍ଛା ଲାଗିପଡିଛନ୍ତି। କେବଳ ରେଳଷ୍ଟେସନ ନୁହେଁ ବିଭିନ୍ନ ଡାକ୍ତରଖାନା ଓ କଳିଙ୍ଗନଗର ଶିଳ୍ପ କାରଖାନା ବୁଲି ପଦାଧିକାରୀମାନଙ୍କୁ ସଜାଗ୍ ରହିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି।

Comments are closed.