କରୋନା କାଳକୁ ସୁଯୋଗ ଭାବେ ନେଲେ ୧୧ ଇଞ୍ଜିନିୟରିଂ ବିଦ୍ୟାର୍ଥୀ, ପ୍ରସ୍ତୁତ କଲେ ଅତ୍ୟାଧୁନିକ କରୋନା ପୋଷାକ

କିଟ୍‌ରେ ୮ ଘଣ୍ଟା ଚାଲିବ ବ୍ୟାଟେରି ପଙ୍ଖା, କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ପ୍ରଶଂସା, ରାଷ୍ଟ୍ରପତିଙ୍କ ଆମନ୍ତ୍ରଣ

ଭୁବନେଶ୍ୱର:କରୋନା କାଳକୁ ସୁଯୋଗ ଭାବେ ନେଲେ ଓଡ଼ିଶାର ଇଞ୍ଜିନିୟରିଂ ଛାତ୍ର। ପ୍ରସ୍ତୁତ କଲେ ଅତ୍ୟାଧୁନିକ କରୋନା ପୋଷାକ। ଏହା ସବୁ ବର୍ଗର ଲୋକଙ୍କ ବ୍ୟବହାର ପାଇଁ ଉପଯୋଗୀ। କରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ପିପିଇ କିିଟ୍‌ ନିୟମିତ ଆବଶ୍ୟକତା ପଢୁଛି। ‌େ‌ତବେ ଅଧିକ ସମୟ ଧରି ପିପିଇ କିଟ୍‌ ପିନ୍ଧିବା ଯୋଗୁଁ ବହୁ ଅସୁବିଧା ଭୋଗ କରୁଛନ୍ତି ଡାକ୍ତର। ମୁଖ୍ୟତଃ ପିପିଇ କିଟ୍‌ ଭିତରକୁ ପବନ ପ୍ରବେଶ କରୁ ନଥିବାରୁ ଅସୁବିଧା ହେଉଛି। ଏହି ସମସ୍ୟାର ନିରାକରଣ ସହ ସମସ୍ତଙ୍କ ବ୍ୟବହାର ଉପଯୋଗୀ ଅତ୍ୟାଧୁନିକ ପିପିଇ କିଟ୍‌ ପ୍ରସ୍ତୁତ କରିଛନ୍ତି ଓଡ଼ିଶାରେ ଅଧ୍ୟୟନରତ ୧୧ ଇଞ୍ଜିନିୟରିଂ ଛାତ୍ର।
ବିଦ୍ୟାର୍ଥୀଙ୍କ ଦ୍ବାରା ପ୍ରସ୍ତୁତ ଏହି କିଟ୍‌ ଭିତରେ ଫ୍ୟାନ୍‌ ଚାଲିବାର ବ୍ୟବସ୍ଥା ଥିବାରୁ ପିପିଇ କିଟ୍‌ ଭିତର ସବୁବେଳେ ଥଣ୍ଡା ରହିବ। ଅନ୍ୟ ପିପିଇ କିଟ୍‌ରୁ ଅଧିକ ଝାଳ ନିର୍ଗତ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି କିଟ୍‌ ପ୍ରସ୍ତୁତ କରିଛନ୍ତି ବିଦ୍ୟାର୍ଥୀ। ଏହି ସଫଳତା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଟ୍ବିଟ୍‌ କରି ପ୍ରଶଂସା କରିଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଭେଟିବାକୁ ଆମନ୍ତ୍ରଣ କରିଥିବା କହିଛନ୍ତି ଛାତ୍ର।

୨୦୨୦ ମେ’ରେ କରୋନା କାଳକୁ ସୁଯୋଗ ଭାବେ ନେଇ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ସମୟରେ ଆରମ୍ଭ କରିଥିଲେ ନିଜର ଷ୍ଟାଟ୍‌ ଅଫ୍‌ ବା କ୍ଷୁଦ୍ର ଉଦ୍ୟୋଗ। ବିଦ୍ୟାର୍ଥୀ ନୂଆ ପିପିଇ କିଟ୍‌ ପ୍ରସ୍ତୁତ କରିବାକୁ ଯୋଜନା କରିଥିଲେ। କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି) ଶିକ୍ଷାନୁଷ୍ଠାନ ତୃତୀୟ ବର୍ଷର ଛାତ୍ର ଅାଶୀର୍ବାଦ ସାହୁ, ଇଣ୍ଟରନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫରମେସନ୍‌ ଟେ‌େ‌କ୍ନାଲୋଜି(ଟ୍ରିପଲ ଆଇଟି) ଭୁବନେଶ୍ବରର ଛାତ୍ର ସାଇ ସମ୍ବିତ ନାୟକ, ସୌଭିତ ମିତ୍ର ପିପିଇ କିଟ୍‌ ପ୍ରସ୍ତୁତ ପାଇଁ ପରିକଳ୍ପନା କରିଥିଲେ। ସିଇଟି ଭୁବନେଶ୍ବର ଓ ଟ୍ରିପଲ ଆଇଟି ବିଦ୍ୟାର୍ଥୀ ତପସ୍ବିନୀ ପାଢୀ, ସିଦ୍ଧାର୍ଥ ନାୟକ, ଅନନ୍ୟା ଅପରାମେୟ, ଜିଭେତୋଷ ଦେବତା, ଭିଟାଲ ଗୁପ୍ତା, ନନ୍ଦ କିଶୋର ଗୁପ୍ତା, ଦିବ୍ୟଜ୍ୟୋତି ଦାଶ, କୌସ୍ତବ ମହାନ୍ତି ପ୍ରମୁଖ ମିଳିତ ଭାବେ କିଟ୍‌ ପ୍ରସ୍ତୁତ କରିଥିଲେ।
ଓଡ଼ିଶା ଷ୍ଟାର୍ଟ ଅପ୍‌ ସହାୟତରେ କାମ ଆରମ୍ଭ କରିଥିଲେ। ଅଟଳ ଇନ୍‌କ୍ୟୁବେସନ୍‌ ସେଣ୍ଟର ଏହାକୁ ପ୍ରସ୍ତୁତ କରିବାରେ ସହାୟତା ପ୍ରଦାନ କରୁଛି। ଏହି ପିପିଇ କିଟ୍‌ରେ ଫ୍ୟାନ୍‌ ଲାଗିଥିବାବେଳେ ଏହା ବ୍ୟାଟେରିରେ ପରିଚାଳିତ। ଥରେ ଚାର୍ଜ ହେବା ମାତ୍ରେ ଏହା ୮ ଘଣ୍ଟା ଧରି ଚାଲିବ। ଫ୍ୟାନ୍‌ ଚାଲିବା ପରେ ବାହାରୁ ପବନ ବିଶୋଧିତ ହୋଇ ଭିତରକୁ ଯିବ। ଏହି କିଟ୍‌କୁ ସହଜରେ ବିଶୋଧନ କରାଯାଇପାରିବ। ପୁଲିସ, ସଫେଇ କର୍ମଚାରୀ, ଡାକ୍ତର, ନର୍ସଙ୍କ ଭଳି ସାଧାରଣ ଲୋକ ଏହାକୁ ବ୍ୟବହାର କରିପାରିବେ। ଏହି କିଟ୍‌ର ଡିଜାଇନ୍‌ ଆକର୍ଷଣୀୟ କରାଯାଇଛି। ସବୁଠାରୁ ବଡ଼ କଥା ହେଲା କିଟ୍‌ ପିନ୍ଧିବା ପରେ ମାସ୍କ, ଫେସ୍‌ସିଲ୍ଡ ଆଉ ପିନ୍ଧିବାକୁ ପଡ଼ିବ ନାହିଁ। ଏହି କିଟ୍‌ରେ ଫେସ୍‌ ସିଲ୍ଡ ଲାଗି ରହିଛି। ସିଇଟି ଭୁବନେଶ୍ବରର ଛାତ୍ର ଶ୍ରୀ ସାହୁ କହିଛନ୍ତି କୋଭିଡ୍‌ ମୁକାବିଲା ପାଇଁ ଏହି କିଟ୍‌ ସହାୟକ ହେବ। ଆମେ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରିଛୁ। ଏହାକୁ ସବୁ ବର୍ଗର ଲୋକ ସହଜରେ ପିନ୍ଧିପାରିବେ। କରୋନା ମହାମାରୀ ସହ ଚାଲିଥିବା ଲଢେଇରେ ଏହି କିଟ୍‌ ସହାୟକ ହେବ। ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥାକୁ କିଟ୍‌ ଯୋଗାଇବା ପାଇଁ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି।

Comments are closed.