ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ : ଗତ ୨୪ ଘଂଟାରେ ସର୍ବାଧିକ ୧୩୧ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ଭୟଙ୍କର ରୂପ ଧାରଣ କରିଛି। ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ମୃତ୍ୟୁର ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୪୮୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୩୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହା ହେଉଛି ଦିଲ୍ଲୀରେ ଗୋଟିଏ ଦିନରେ ପ୍ରାଣ ହରାଇଥିବା ସର୍ବାଧିକ ମୃତ୍ୟୁସଂଖ୍ୟା । ଏହାପୂର୍ବରୁ ନଭେମ୍ବର ୧୨ ତାରିଖରେ ଦିଲ୍ଲୀରେ ୧୦୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିଲେ ।

Comments
Loading...