ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯୫ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୧୫୬୮

ନୂଆଦିଲ୍ଲୀ: ସାରାଦେଶରେ କୋବିଦ-୧୯ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୫୬୮ରେ ପହଞ୍ଚିଛି ଓ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୯୫ ଜଣଙ୍କର ମୃତ୍ୟୁ ଘଟିଛି । ସମ୍ଭବତଃ କିଛି ରାଜ୍ୟ କରୋନା ସଂକ୍ରମଣ ଓ ନୂତନ ସଂକ୍ରମିତ ଓ ମୃତ୍ୟୁକୁ ନେଇ ସଠିକ୍ ତଥ୍ୟ ଦେଉ ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ସୂଚନା ଅନୁସାରେ  ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ଗତ ୨୪ ଘଣ୍ଟା ସବୁଠାରୁ ଗୁରୁତ୍ବବହନ କରୁଛି । ଏହି ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୫୬୮ରେ ପହଞ୍ଚିଛି । ଏହି ମୃତ୍ୟୁସଂଖ୍ୟା ଦେଶର ୨୪ ଘଣ୍ଟାରେ ସର୍ବାଧିକ । ସେହିପରି ୩ ହଜାର ୯୦୦ ନୂଆ ଆକ୍ରାନ୍ତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି । ୧ ହଜାର ୨୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ମୋଟ ୧୨ ହଜାର ୭୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ୪୩୩ରେ ପହଞ୍ଚିଛି ।

Comments are closed.