ରାଜ୍ୟରେ କରୋନା ନେଲା ଆଉ ୪ ଜୀବନ ; ମୃତ୍ୟୁ ସଂଖ୍ୟା ୫୦ ଟପିଲା

ଭୁବନେଶ୍ବର : ରାଜ୍ୟରେ ଗୁରୁବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି।  ଏଥିସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୦ ପାର କରିଛି। ରାଜ୍ୟରେ ବର୍ତ୍ତମାନ ମୋଟ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ହୋଇଛି । ୫୨ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୩୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

 

ଆଜି କରୋନାରେ ପ୍ରାଣ ହାରଇଥିବା ୪ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ୩ ଜଣ ଓ ଭଦ୍ରକର ଜଣେ ରହିଛନ୍ତି । ଗଞ୍ଜାମ ଜିଲାର ୩ ଜଣଙ୍କ ମଧ୍ୟରୁ ୨ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ସେହିପରି ଭଦ୍ରକ ଜିଲାର ଜଣେ ପୁରଷ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

 

Comments are closed.