ରାଜ୍ୟରେ କରୋନା ନେଲା ଆଉ ୧୧ ଜୀବନ, ସୁନ୍ଦରଗଡ଼ରୁ ସର୍ବାଧିକ ୩ ମୃତ

ଭୁବନେଶ୍ବର: ରାଜ୍ୟରେ ରବିବାର କରୋନା ଆଉ ୧୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୩୧କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଆଜି କରୋନାରେ ୧୧ ଜଣ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି କେନ୍ଦୁଝର, ଦେବଗଡ଼, ନୂଆପଡ଼ା, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଓ ମାଲକାନଗିରି ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ବରର ଜଣେ ଆକ୍ରାନ୍ତ ମୃତ୍ୟୁ ହୋଇଛି।

Comments are closed.