ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା : ୪୦୦ ଟପିଲା କରୋନା ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଆଜି ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୩ ଜଣ, କଟକ ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ ଏବଂ ବଲାଙ୍ଗୀର, ଗଜପତି ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦୯ରେ ପହଞ୍ଚିଛି।

Comments
Loading...