ରାଜ୍ୟରେ ଆଜି କରୋନା ନେଲା ଆଉ ୯ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୩୧୪

ଭୁବନେଶ୍ବର: ରାଜ୍ୟରେ ଗୁରୁବାର କରୋନା ଆଉ ୯ ଜଣଙ୍କ ଜୀବନ ନେଇଛି। ଗଞ୍ଜାମ ଜିଲାରୁ ସର୍ବାଧିକ ୩ଜଣଙ୍କର ମୃତ୍ୟୁ ହୋଇଛି। କଟକ ଓ ମୟୁରଭଞ୍ଜ ଜିଲାରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିପରି ସୁନ୍ଦରଗଡ଼ ଓ କନ୍ଧମାଳ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଆଜି କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଥିବା ସମସ୍ତ ଆକ୍ରାନ୍ତ ପୁରୁଷ ଅଟନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୧୪ରେ ପହଞ୍ଚିଛି ।

Comments are closed.