ରାଜ୍ୟରେ କରୋନା ନେଲା ଆଉ ୧୧ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୬୩୭

ଭୁବନେଶ୍ବର:ରାଜ୍ୟରେ ସୋମବାର କରୋନା ଆଉ ୧୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୩୭କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।


ସୂଚନା ଅନୁଯାୟୀ, ଆଜି କରୋନାରେ ୧୧ ଜଣ ମୃତକଙ୍କ ମଧ୍ୟରୁ କଟକ ଜିଲାରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗୀର ଓ ଖୋର୍ଦ୍ଧା ଜିଲାରୁ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସେହିପରି କନ୍ଧମାଳ, ମୟୁରଭଞ୍ଜ ଓ ନୟାଗଡ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Comments are closed.