କରୋନା ଅପଡେଟ୍ : ମୃତ୍ୟୁ ସଂଖ୍ୟା ୭୦୦୦ ଟପିଲା

ଚୀନରେ ସର୍ବାଧିକ ୩୨୧୩ଜଣଙ୍କର ମୃତ୍ୟୁ

ରୋମ : ଇଟାଲୀରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ପରେ ବିଶ୍ୱରେ ମୃତ୍ୟୁ ୭ହଜାରରୁ ଅଧିକ ହୋଇଛି। ଇଟାଲୀରେ କେବଳ ସୋମବାର  ୩୪୯ ଜଣଙ୍କର କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଚୀନ ପରେ ଇଟାଲୀରେ ମାସକ ମଧ୍ୟରେ ୨,୧୫୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସାରା ବିଶ୍ୱରେ ମୋଟ୍‍ ୭୦୦୭ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୭୫,୫୩୬ ଜଣ ସଂକ୍ରମଣର ଶିକାର ହୋଇଛନ୍ତି। ଚୀନରେ ସର୍ବାଧିକ ୩୨୧୩ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.