କରୋନା କାୟା: ଦିନକରେ ୫୬ ହଜାର ସଂକ୍ରମିତ, ମୃତ୍ୟୁ ସଂଖ୍ୟା ୪୦ ହଜାର ପାର୍‌

ନୂଆଦିଲ୍ଲୀ: କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଦୈନିକ ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି। ଗତକାଲି ଦେଶରେ ୫୨ ହଜର ୫୦୯ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ପୁଣି ୫୬ ହଜାର ୨୮୩ ସଂକ୍ରମିତ ଠାବ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ୬୪ ହଜାର ୫୩୮କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ୯୦୪ ରୋଗୀ ପ୍ରାଣ ହରାଇଥିବାରୁ ଦେଶ​‌ରେ ମୃତ୍ୟୁ ସଂଖ୍ୟା ୪୦ ହଜାର ୬୯୯ରେ ପହଞ୍ଚିଛି। ଦେଶରେ ଏବେ ୫ ଲକ୍ଷ ୯୫ ହଜାର ୫୦୧ ସକ୍ରିୟ ରୋଗୀ ଥିବାବେଳେ ୧୩ ଲକ୍ଷ ୨୮ ହଜାର ୩୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.