ଭାରତରେ ୧୨୦୦ ଟପିଲା ମୃତ୍ୟୁ ସଂଖ୍ୟା: ୨୪ ଘଣ୍ଟାରେ ୨୨୯୩ ନୂଆ ଆକ୍ରାନ୍ତ, ୭୧ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଶନିବାର ସକାଳ ୮ଟା ସୁଦ୍ଧା ଦେଶରେ ମୃତ୍ୟୁ ସଂଖ୍ୟା ୧୨୦୦ ଅତିକ୍ରମ କରିଛି। ଏହି ମହାମାରୀ ଭୂତାଣୁ ଯୋଗୁ ମୋଟ ୧୨୧୮ ଜଣ ପ୍ରାଣ ହରାଇଥିବାବେଳେ ୩୭ ହଜାର ୩୩୬ ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ହଜାର ୧୬୭ ଜଣ ଏବେ ଚିକିତ୍ସାଧୀନ ଥିବାବେଳେ ୯୯୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବସାଇଟ୍‌ରେ ଦର୍ଶାଯାଇଛି। ତେବେ ଗତ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୭୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

କୋଭିଡ-୧୯ଇଣ୍ଡିଆ ୱେବସାଇଟ୍‌ ତଥ୍ୟ ଅନୁସାରେ, ଦେଶରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରେ ଏବେ ସୁଦ୍ଧା ୧୧ ହଜାର ୫୦୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୮୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପଛକୁ ଗୁଜରାଟରେ ୨ୟ ସର୍ବାଧିକ ୪୭୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୩୬ ଜଣ ପ୍ରାଣ ହରାଇଛନ୍ତି। ସେହିପରି ରାଜଧାନୀ ନୂଆଦିଲ୍ଲୀରେ ୩୭୩୮ ଜଣ ଆକ୍ରାନ୍ତ ଓ ୬୧ ମୃତ, ମଧ୍ୟପ୍ରଦେଶରେ ୨୭୧୫ ଆକ୍ରାନ୍ତ ଓ ୧୪୫ ମୃତ, ରାଜସ୍ଥାନରେ ୨୬୬୬ ଆକ୍ରାନ୍ତ ଓ ୬୨ ମୃତ, ତାମିଲନାଡୁରେ ୨୫୨୬ ସଂକ୍ରମିତ ଓ ୨୮ ମୃତ, ଉତ୍ତରପ୍ରଦେଶରେ ୨୩୨୮ ଆକ୍ରାନ୍ତ ଏବଂ ୪୨ ଜଣ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ଆନ୍ଧ୍ରପ୍ରଦେଶରେ ୧୪୬୩, ତେଲେଙ୍ଗାନାରେ ୧୦୪୪, ପଶ୍ଚିମବଙ୍ଗରେ ୭୯୫, ଜାମ୍ମୁ-କାଶ୍ମୀରରେ ୬୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.