ରାଜ୍ୟରେ କରୋନା ନେଲା ଆଉ ୯ ଜୀବନ, ପୁଣି ସୁନ୍ଦରଗଡରୁ ସର୍ବାଧିକ ୩ ମୃତ

ଭୁବନେଶ୍ବର: ରାଜ୍ୟରେ ସୋମବାର କରୋନା ଆଉ ୯ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୪୦କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଆଜି କରୋନାରେ ୯ ଜଣ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ସମ୍ବଲପୁର, କନ୍ଧମାଳ, ସୁବର୍ଣ୍ଣପୁର, କଟକ ଓ ପୁରୀ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ବରର ଜଣେ ଆକ୍ରାନ୍ତ ମୃତ୍ୟୁ ହୋଇଛି।

Comments are closed.