ରାଜ୍ୟରେ କରୋନା ନେଲା ଆଉ ୧୧ ଜୀବନ , ମୋଟ ମୃତ୍ୟୁ ସଂଖ୍ୟା ୭୨୧

ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୨୧ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଆଜି କରୋନାରେ ୧୧ ଜଣ ମୃତକଙ୍କ ମଧ୍ୟରୁ ବଲେଶ୍ବର, ଗଞ୍ଜାମ, ମାଲକାନଗିରି ଓ ଗଞ୍ଜାମ ଜିଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଭଦ୍ରକ, ଖୋର୍ଦ୍ଧା ଓ ପୁରୀ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Comments are closed.