ରାଜ୍ୟରେ ଆଉ ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର ରାଜ୍ୟରେ ମଙ୍ଗଳବାର ଆଉ ୯ ଜଣ କରୋନା ସଂକ୍ରମିତଙ୍କ ପ୍ରାଣ ଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା  ୪୨୮କୁ ବୃଦ୍ଧି ପାଇଛି। ଆଜି ୯ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ, ଖୋର୍ଦ୍ଧା, କଟକ, ଗଜପତି, ବାଲେଶ୍ବର ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ରହିଛନ୍ତି। ଏହାସହିତ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୨୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି।

Comments are closed.