ରାଜ୍ୟରେ କରୋନା ନେଲା ଆଉ ୬ ଜୀବନ ; ମୃତ୍ୟୁ ସଂଖ୍ୟା ୪୮

ଭୁବନେଶ୍ବର : ଚିନ୍ତା ବଢାଇଲା କରୋନା। ରାଜ୍ୟରେ ବୁଧବାର କରୋନା ଆଉ ୬ ଜଣଙ୍କ ଜୀବନ ନେଇଛି। ଗଞ୍ଜାମରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳ ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି।  ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ।

 

ସୂଚନା ଅନୁଯାୟୀ, ଆଜି ମୃତ୍ୟୁ ଘଟିଥିବା କରୋନା ଆକ୍ରାନ୍ତଙ୍କ ମନଙ୍କ ମଧ୍ୟରୁ ୫ଜଣ ପୁରୁଷ ଓ ଜଣ ମହିଳା ଅଛନ୍ତି। ଗଞ୍ଜାମରେ କରୋନାଜନିତ ମୃତ୍ୟୁ  ସଂଖ୍ୟା ୨୭ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି । ସେହିପରି କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Comments are closed.