ରାଜ୍ୟରେ କରୋନା ନେଲା ଆଉ ୫ ଜୀବନ

ଭୁବନେଶ୍ବର: ରାଜ୍ୟରେ ରବିବାର କରୋନାରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୦୭କୁ ବୃଦ୍ଧି ହୋଇଛି। ୫ ଜଣ ମୃତକଙ୍କ ମଧ୍ୟରୁ ଖାର୍ଦ୍ଧା ଓ ମୟୁରଭଞ୍ଜ ଜିଲାରୁ ୨ ଜଣ ଲେଖାଏଁ  ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖାର୍ଦ୍ଧା ଜିଲାର ୨ ଜଣଙ୍କ ମଧ୍ୟରୁ ଭୁବନେଶ୍ବରରୁ ଓ ସୁନ୍ଦରଗଡ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ସେହିପରିୁ ରାଜ୍ୟରେ ୨୪ ଘଣ୍ଟାରେ  ୩୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୮ ଓ ସ୍ଥାନୀୟ ଅଞ୍ଚଳର ୧୬୫ ଜଣ ରହିଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୭୫୭ରେ ପହଞ୍ଚିଛି ।

Comments are closed.