ଥମୁନି କରୋନା ମୃତ୍ୟୁ, ରାଜ୍ୟରେ କରୋନା ନେଲା ଆଉ ୧୪ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୧,୪୮୩

ଭୁବନେଶ୍ବର: ରାଜ୍ୟରେ ଗୁରୁବାର କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୪୮୩କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଆଜି କରୋନାରେ ୧୪ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ ଭୁବନେଶ୍ବର, ନୂଆପଡ଼ା ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କଟକ, ବରଗଡ଼, ବାଲେଶ୍ବର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମୟୁରଭଞ୍ଜ ଓ ସମ୍ବଲପୁର ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Comments are closed.