ଆଜି ରାଜ୍ୟରେ କରୋନା ନେଲା ଆଉ ୮ ଜୀବନ

ଭୁବନେଶ୍ବର: ରାଜ୍ୟରେ ରବିବାର କରୋନା ଆଉ ୮ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୪୬କୁ ବୃଦ୍ଧି ହୋଇଛି।

ସୂଚନା ଅନୁଯାୟୀ, ଆଜି କରୋନାରେ ୮ ଜଣ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୪ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଖୋର୍ଦ୍ଧା, କୋରାପୁଟ, ରାୟଗଡା ଓ ସୁନ୍ଦରଗଡ଼ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Comments are closed.