ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍, ଆଜି ଆଉ ୧୭ ଜୀବନ ନେଲା କରୋନା

ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୫୬୦କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଆଜି କରୋନାରେ ୧୭ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ ଜିଲାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ସମ୍ବଲପୁରରୁ – ୩ , ସୁବର୍ଣ୍ଣପୁର ଓ ଜଗତସିଂହପୁର ଜିଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବରଗଡ଼, ଭୁବନେଶ୍ବର, ଭଦ୍ରକ, କଟକ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Comments
Loading...