ରାଜ୍ୟରେ କରୋନାର କରାଳ ରୂପ, ନେଲା ଆଉ ୧୦ ଜୀବନ

ଭୁବନେଶ୍ବର : ରାଜ୍ୟରେ ରବିବାର କରୋନା ଆକ୍ରାନ୍ତରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୪୦ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଆଜି କରୋନା ମୃତକଙ୍କ ମଧ୍ୟରୁ ୮ ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି। ଗଞ୍ଜାମରେ କେବଳ ୬ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଖୋର୍ଦ୍ଧାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଭୁବନେଶ୍ବରରୁ ଜଣେ ରହିଛନ୍ତି । ସୁନ୍ଦରଗଡ଼ ଓ ଗଜପତି ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଗଞ୍ଜାମରେ କେବଳ ୭୯ ଜଣଙ୍କର ମୃତ୍ୟୁ ଘଟିଛି ।

Comments are closed.