ଏହା ମୋର ଶେଷ ଶୁଭ ସକାଳ…

କରୋନା ଆକ୍ରାନ୍ତ ଜଣେ ଡାକ୍ତରାଣୀଙ୍କ ଶେଷ କଥା ଏବେ ଅନେକଙ୍କୁ ଭାବବିହ୍ବଳ କରିଦେଇଛି

ମୁମ୍ବଇ: କରୋନା ଆକ୍ରାନ୍ତ ଜଣେ ଡାକ୍ତରାଣୀଙ୍କ ଶେଷ କଥା ଏବେ ଅନେକଙ୍କୁ ଭାବବିହ୍ବଳ କରିଦେଇଛି। ନିଜର ମୃତ୍ୟୁ ସମ୍ପର୍କରେ ସେ ଆଭାସ ପାଇଥିଲେ କି କ’ଣ ରବିବାର ସକାଳେ ସେ ନିଜ ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ରେ ଏହାର ସୂଚନା ଦେଇଥିଲେ। ‘ଏହା ମୋ ପାଇଁ ଶେଷ ଶୁଭ ସକାଳ ହୋଇପାରେ…’ ବୋଲି ସେ ଡାକ୍ତରଖାନା ଶଯ୍ୟାରୁ ଲେଖିଥିଲେ। ବାସ୍ତବିକ ଏହାର ୩୬ଘଣ୍ଟା ପରେ; ଅର୍ଥାତ୍‌ ସୋମବାର ରାତିରେ ସେ ଶେଷନଃଶ୍ବାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁକୁ ନେଇ ସାମାଜିକ ଗଣମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଭରିଯାଇଛି। ଏହି ଡାକ୍ତରାଣୀଙ୍କ ନାମ ମନୀଷା ଯାଦବ ଓ ତାଙ୍କର ବୟସ ୫୧। ମନୀଷା ମୁମ୍ବଇର ସେୱରୀ ଯକ୍ଷ୍ମା ଡାକ୍ତରଖାନାର ଅଧିକାରୀ ଥିଲେ। ଛାତିରୋଗ ବିଶେଷଜ୍ଞ ଥିବା ମନୀଷା ଗତ ସପ୍ତାହରେ କରୋନା ସଂକ୍ରମିତ ହୋଇଥିଲେ।

Comments are closed.