ଦିନକରେ କରୋନା ନେଲା ୧୪ ଜୀବନ, ୧୨୫୯ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ରାଜ୍ୟରେ ଆଜି ଦିନକରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଫଳରେ ମୃତ୍ୟୁ ସଂଖ୍ୟା ୧୨୫୯ରେ ପହଞ୍ଚିଛି। ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁର, ଗଂଜାମ, ବରଗଡ଼ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ରହିଥିବା ବେଳେ ସୁନ୍ଦରଗଡ଼, ମୟୁରଭଞ୍ଜ, ଭୁବନେଶ୍ୱରରୁ, ନୂଆପଡ଼ା ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ ରହିଛନ୍ତି।

ଏହି ୧୪ ଜଣଙ୍କ ମଧ୍ୟରେ ୯ ଜଣ କରୋନା ବ୍ୟତୀତ ଅନ୍ୟ ରୋଗରେ ପୀଡିତ ଥିଲା ବେଳେ ୫ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଥିବା ସୂଚନା ମିଳିଛି।

Comments are closed.